ଅନୁଗୁଳ/ ସୁଧାକର ସାହୁ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରେଣୀ ପଞ୍ଚାୟତ ନାରାୟଣ ଚନ୍ଦ୍ରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ଫଡ଼ି ନାଏକଙ୍କୁ ମାରଣାସ୍ତ୍ରରେ ଅକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଧାନତଳିକୁ କେନ୍ଦ୍ରକରି ଏପରି ବିଭତ୍ସ ହତ୍ୟା କାଣ୍ଡ ଘଟିଥିବା ଜଣାପଡିଛି । ଏହି ଘଟଣାରେ ଜଣେ ମହିଳା ଅଟକ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।