ଉତ୍ତମ ସ୍ୱାସ୍ଥ୍ୟ କାମନା କଲେ ନବୀନ

ଭୁବନେଶ୍ୱର :ପୂର୍ବତନ ବାଚସ୍ପତିଙ୍କ ଆଶୁରୋଗ କାମନା କଲେ ମୁଖ୍ୟମନ୍ତ୍ରୀ । ପୂର୍ବତନ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ସୂଚନା ପାଇବା ପରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ କରି ସୂର୍ୟ୍ୟଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ଗତକାଲି ରାଜ୍ୟର କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କ ସମେତ ବାଚସ୍ପତିଙ୍କୁ ପଦରୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଇସ୍ତଫା ଦେଇଥିଲେ । ଆଶା କରାଯାଉଥିଲା କି ଦଳର ବରିଷ୍ଠ ନେତା ହିସାବରେ ସୂର୍ୟ୍ୟ ପାତ୍ରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ମିଳିବ । ସେପଟେ ତାଙ୍କ ଅସୁସ୍ଥତା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରିଛନ୍ତି ।