କୋରୋନା କବଳରେ ସାରା ରାଜ୍ୟ

ଉତ୍ତରପ୍ରଦେଶ : ସାରା ରାଜ୍ୟକୁ କରୋନା ପ୍ରଭାବିତ ବୋଲି ଘୋଷଣା କଲେ ସରକାର । ରାଜ୍ୟରେ ୩୧ ମାର୍ଚ୍ଚ ୨୦୨୨ ଅଥବା ପରବର୍ତ୍ତି ଆଦେଶ ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ରାଜ୍ୟପାଳ ବୁଧବାର ଘୋଷଣା କରିଛନ୍ତି । ତେବେ ଏହି ରାଜ୍ୟ ହେଉଛି ଉତ୍ତରପ୍ରଦେଶ । ଜନସ୍ୱାସ୍ଥ୍ୟ ଏବଂ ମହାମାରୀ ରୋଗ ଅଧିନିୟମ ୨୦୨୦ ଧାରା ୩ରେ ପ୍ରଦତ୍ତ କ୍ଷମତା ବଳରେ ରାଜ୍ୟପାଳ ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନକୁ ଯାଉଥିବା ୟୁପି ସମ୍ପୂର୍ଣ୍ଣ କରୋନା ପ୍ରଭାବିତ ଘୋଷଣା ହେବା ପରେ ଏହାକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଛି।

Smart mobility plan to ease traffic in Lucknow
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ପାଇଁ ରାଜ୍ୟରେ କଡା କଟକଣା ଲାଗୁ କରୁଥିବା ବେଳେ ବିଭିନ୍ନ ସାର୍ବଜନିକ ସ୍ଥଳ ପୁଣି ବନ୍ଦ କରୁଛି ପ୍ରଶାସନ । ଉତ୍ତରପ୍ରଦେଶ ସରକାର ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ରାଜ୍ୟକୁ ସମ୍ପୂର୍ଣ୍ଣ କରୋନା ପ୍ରଭାବିତ ଘୋଷଣା କରିଛନ୍ତି। ଫେବୃଆରୀରେ କରୋନାର ସମ୍ଭାବିତ ତୃତୀୟ ଲହର ଆଶଙ୍କାରେ ରାଜ୍ୟକୁ କରୋନା ପ୍ରଭାବିତ ଘୋଷଣା କରାଯାଇଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ସରକାର ଗାଇଡଲାଇନ ଜାରି କରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି।
ମହାମାରୀ ଆକ୍ଟ ବା କରୋନା ପ୍ରଭାବିତ ରାଜ୍ୟ ଘୋଷଣା ହେବା ପରେ ଯେଉଁ ଗାଇଡଲାଇନ ଜାରି ହେବ । ତାହାକୁ କଡାକଡି ପାଳନ କରିବାକୁ ପଡିବ । ଗାଇଡଲାଇନ ଉଲ୍ଲଙ୍ଘନରେ ବ୍ୟକ୍ତିଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ରାଜ୍ୟରେ ଗତ ଡିସେମ୍ବର ୨୫ରୁ ନାଇଟ କର୍ଫ୍ୟୁ ଜାରି ହୋଇଛି । ତେବେ ସରକାରଙ୍କ ଗାଇଡଲାଇନରେ କେଉଁ ସବୁ କଟକଣା ଲାଗୁ ହେବାକୁ ଯାଉଛି ଏବେ ତା ଉପରେ ସମସ୍ତଙ୍କ ନଜର ।