(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର । ଭୁବନେଶ୍ୱର ବାଲିଅନ୍ତା ଜଗନ୍ନାଥପୁର ସନ୍ତୋଳନଗରୀ ଗ୍ରାମରୁ ବୁଧବାର ସଂନ୍ଧ୍ୟାରେ ଏକ ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ ଯେ, ସନ୍ତୋଳନଗରୀ ଗ୍ରାମ ଶିବ ମନ୍ଦିର ନିକଟରେ ଥିବା ଏକ ଦୋକାନ ପଛପଟୁ ଏହି ପେଚାଟିକୁ କିଛି କୁଆ ଆକ୍ରମଣ କରୁଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ପେଚାଟିକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଫୁଲନଖରା ରେଞ୍ଜ ବନ ଅଧିକାରୀ ମାନେ ପହଞ୍ଚି ଆହତ ପେଚାଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ । ବିରଳ ପ୍ରଜାତିର ପେଚାଟି ସୁସ୍ଥ ହେବା ପରେ ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି ବନ ବିଭାଗ ଅଧିକାରୀ ।