ଖେଳୁଥିବା ବେଳେ ପାଣି ଗାତରେ ପଡି ଚାଲିଗଲା ୨ ଶିଶୁ କନ୍ୟାଙ୍କ ଜୀବନ

ମାଲକାନଗିରି : ପାଣି ଗାତରେ ପଡି ଚାଲିଗଲା ୨ ଶିଶୁ କନ୍ୟାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଚିତ୍ରକୋଣ୍ଡା ପଞ୍ଚାୟତ ଢେପାସାହିରେ । ସୂଚନା ଅନୂଯାୟୀ ଦୁଇଜଣ ଖେଳୁଥବବା ବେଳେ ରାସ୍ତା କାମ ପାଇଁ ଖୋଳା ଯାଇଥିବା ଗାତରେ ପଡି ଯାଇଥିଲା । ଉଭୟଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା ।ମେଡିକାଲରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଶିଶୁ କନ୍ୟାଙ୍କ ବୟସ ୪ ବର୍ଷ ହୋଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।