କେବେ ମିଳିବ ଦୁରୁଆ ସମ୍ପ୍ରଦାୟକୁ ଆଦିବାସୀର ମାନ୍ୟତା ?

When will the Durua community be recognized as a tribe?

କୋରାପୁଟ : ଇଲେକ୍ସନ ବେଳେ ଭୋଟ ଭୁତେଇ ନେଉଛନ୍ତି । ଆଉ ସରିଗଲେ କଥା ଆଡେଇ ଦେଉଛନ୍ତି । ରାଜ୍ୟ ସରକାର ମାଳମାଳ ଯୋଜନା କରି ଡିଣ୍ଡିମ ପିଟୁଛନ୍ତି । ହେଲେ ତାହା ବାସ୍ତବରେ କେତେ ଫଳକ ହେଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ । କଣ ସରକାର ସତରେ ତାଙ୍କ ଯୋଜନାକୁ ସଫଳ କରୁଛନ୍ତି, ନା ଖାଲି ନାଁ କୁ ମାତ୍ର । ଏଭଳି ଅଭିଯୋଗ ଆଣିଛନ୍ତି କୋରାପୁଟ କୁନ୍ଦୁରା ବ୍ଲକର ଦୁରୁଆ ଆଦିବାସୀ । କିଛିମାସ ତଳେ ଆମ ରାଜ୍ୟପାଳ କୋରାପୁଟ ଆସିଥିଲେ । ଏବଂ ଦୁରୁଆ ସମ୍ପ୍ରଦାୟ ସହ ମିଶି ସେମାନଙ୍କ ସମସ୍ୟା ବୁଝିଥିଲେ । ସାରା ଭାରତବର୍ଷରେ ଦୁରୁଆ ଜାତିକୁ ଅନୁସୂଚିତ ଜନଜାତି ବା ଆଦିବାସୀ ର ମାନ୍ୟତା ମିଳିଛି । ହେଲେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଆଡ ଆଖିରେ ବି ଚାହିଁ ନାହାନ୍ତି କୋରାପୁଟର ଦୁରୁଆ ସମ୍ପ୍ରଦାୟକୁ ।

କେବଳ ଲାଳସା ଦେଖାଇ ନିରିହ ଆଦିବାସୀଙ୍କୁ ଅନ୍ଧାରରେ ରଖିଛନ୍ତି ।ସେମାନେ ଦିର୍ଘଦିନ ଧରି ଦାବି କରିଆସୁଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନାହାନ୍ତି । ଯେଉଥିପାଇଁ ଆଜି ଦୁରୁଆ ସମ୍ପ୍ରଦାର ଲୋକେ ଆଗାମି ଦିନରେ ଛତିଶଗଡରେ ମିଶିବାକୁ ଚେତାବନି ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଦୁରୁଆ ମାନଙ୍କ କଥାକୁ ସରକାର କେବେ କର୍ଣ୍ଣପାତ କରୁଛନ୍ତି ଏବଂ କେବେ ସେମାନଙ୍କ ସମସ୍ୟା ସମାଧାନ ହେଉଛି ।