ବ୍ୟୁର : ଆଜିକାଲିର ଲୋକମାନେ ମୋବାଇଲର ବ୍ୟବହାର ଅଧିକ କରନ୍ତି । ମୋବାଇଲରେ ଦିନକୁ ଦିନ ନୂଆ ଆପ୍ ଓ ଫିଚର ଅପଡେଟ ହେବାକୁ ଲାଗିଛି । ଗୋଟେ ସମୟରେ ଲୋକମାନଙ୍କ ଭିତରେ ଯୋଗାଯୋଗ ପରସ୍ପର ମଧ୍ୟରେ ରହୁନଥିଲା । ସ୍ମାଟ ଫୋନ୍ ଆସିବା ପରେ ଇଣ୍ଟରନେଟ ବ୍ୟବହାର ବଢିଥିଲା । ସ୍ମାଟ ଫୋନ୍ ଆସିବା ପରେ ଲୋକମାନେ କଲ୍, ମେସଜ ଓ ଭିଡିଓ କଲ୍ ରେ ଯୋଗାଯୋଗ ପରସ୍ପର ମଧ୍ୟରେ ରହୁଛି । ହ୍ୱାଟସ୍ଆପ ହେଉଛି ଲୋକପ୍ରିୟ ମେସେଜଂ ଆପ୍ ।ଗ୍ରୁପ କଲ ଆଗରୁ ୭ ଜଣଙ୍କ ମଧ୍ୟରେ ହିଁ ହୋଇପାରୁଥିଲା । ଯାହା କି ୟୁଜର୍ସ ମାନଙ୍କୁ ସମସ୍ୟା ସମୁଖୀନ କରିବାକୁ ପଡୁଥିଲା । ବର୍ତ୍ତମାନ ବ୍ୟବହାରକାରୀଙ୍କ ସୁବିଧା ପାଇଁ ହ୍ୱାଟସ୍ଆପ କମ୍ପାନି ନୂଆ ନୂଆ ଫିଚର ମାନ ଆଣୁଛି । ଏଥିରେ ଏବେ ହ୍ୱାଟସ୍ଆପ୍ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ନୂଆ ଫିଚର ଆଣିଛି । ଏଥିରେ ଏବେ ୧୫ ଜଣଙ୍କ ସହ ଲୋକେ ଗ୍ରୁପ କଲ କରିପାରିବେ । ଏହା ଦ୍ୱାରା ବହୁ ସଂଖ୍ୟକ ବ୍ୟବହାରକାରୀ ଉପକୃତ ହେବେ । ଏହି ନୂଆ ଫିଚର୍ ବିଟା ଭର୍ସନ ପାଇଁ ଜାରି କରାଯାଇଛି । ବର୍ତ୍ତମାନ ଏହି ଫିଚର ଆସିବା ପରେ ଲୋକମାନଙ୍କ ସମୟ ବଞ୍ଚିବ । ଆବଶ୍ୟକ ପଡିଲେ ପରବର୍ତ୍ତୀ ସମୟରେ କମ୍ପାନି ଏହାର ସଂଖ୍ୟାକୁ ବଢାଇ ୩୨ଜଣକୁ ବଢାଇପାରେ ବୋଲି ଆଶା କରାଯାଉଛି ।