କ’ଣ ହେବ ମାହିଙ୍କ IPL କ୍ୟାରିୟର ??

ନୂଆଦିଲ୍ଳୀ: ଆଇପିଏଲ ୨୦୨୧ର ଚମ୍ପିଆନ ଦଳ ଚେନ୍ନାଇ ପାଳନ କରିଛି ବିଜୟ ଉତ୍ସବ । ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ପରେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ମେଣ୍ଟର ଭାବେ ୟୁଏଇରେ ହିଁ ରହିଥିଲେ । ତେଣୁ ଚେନ୍ନାଇ ସୁପର କିଙ୍ଗସ ବିଜୟର ଉତ୍ସବ ପାଳନ କରିବା ପାଇଁ ମାହିଙ୍କୁ ଅପେକ୍ଷା କରିଥିଲା । ଧୋନୀଙ୍କ ବିନା ଉତ୍ସବ ପାଳନ କରିବାକୁ ମନା କରିଥିଲେ ଦଳର ମେମ୍ବର । ତେବେ ସେ ଫେରିବା ପରେ ଏହି ଉତ୍ସବ ଚେନ୍ନାଇରେ ପାଳନ ହୋଇଛି ।

 

Image

ଏହି ଉତ୍ସବରେ ଧୋନୀ ଆଇପିଏଲରେ ନିଜ ଭବିଷ୍ୟତକୁ ନେଇ ଏକ ବଡ ସଙ୍କେତ ଦେଇଥିଲେ । କେବେ ସେ ଆଇପିଏଲ ଛାଡିବେ ଏବଂ ଆଉ କେତେ ଦିନ ସେ ଆଇପିଏଲରେ ନଜର ଆସିବେ ସେ ନେଇ ମତ ଦେଇଥିଲେ କ୍ୟାପଟେନ କୁଲ ମାହି । ରାଞ୍ଚି ପରେ ଧୋନୀ ଚେନ୍ନାଇକୁ ନିଜ ହୋମ ଗ୍ରାଉଣ୍ଡ ବୋଲି କହିଛନ୍ତି । ତେଣୁ ସେଠାକାର ପ୍ରଶଂସକମାନଙ୍କୁ ଏକ ଭେଟି ଦେଇଛନ୍ତି ଧୋନୀ । ତାଙ୍କ ଘୋଷଣା ଅନୁସାରେ ଚେନ୍ନାଇର ମଇଦାନରେ ହିଁ ସେ ଆଇପିଏଲ କ୍ୟାରିୟରେ ପୂର୍ଣ୍ଣଚ୍ଛେଦ ପକାଇବେ । ନିଜର ଶେଷ ଆଇପିଏଲ ମ୍ୟାଚ ସେ ଚେନ୍ନାଇରେ ହିଁ ଖେଳିବେ । ତେବେ ଏହା ଆସନ୍ତା ୫ ବର୍ଷ ମଧ୍ୟରେ ହେବ କି ନାହିଁ ତାହା ଜଣାନାହିଁ । କିନ୍ତୁ ମୋର ଶେଷ ଟି-୨୦ ମ୍ୟାଚ ଚେନ୍ନାଇରେ ହିଁ ଖେଳିବି ବୋଲି କହିଥିଲେ ଧୋନୀ ।

Image
ରାଞ୍ଚିରେ ମୋର ଜନ୍ମ । ସୌଭାଗ୍ୟବଶତଃ ମୋର ଶେଷ ଦିନିକିଆ ମ୍ୟାଚ ମୁଁ ରାଞ୍ଚିରେ ହିଁ ଖେଳିଥିଲି । ତେଣୁ ଆଇପିଏଲ କ୍ୟାରିୟରକୁ ମୁଁ ଚେନ୍ନାଇରେ ଶେଷ କରିବାକୁ ଚାହୁୁଁଛି ବୋଲି କହିଛନ୍ତି ମାହି । ଆନ୍ତର୍ଜାତୀୟ କ୍ରିକେଟର ବହୁ ପୂର୍ବରୁ ବିଦାୟ ନେଇଥିବା ଏମଏସ ଧୋନି ବର୍ତ୍ତମାନ ଆଇପିଏଲରେ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଦଳ ଆଇପିଏଲ୍ ୨୦୨୧ ଟାଇଟଲ୍ ଜିତିଥିଲା । ଯଦିଓ ଏମ୍ଏସ୍ ଧୋନି ବ୍ୟାଟ୍ ସହିତ ଅଧିକ ଆଶ୍ଚର୍ୟ୍ୟ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହାଁନ୍ତି । କିନ୍ତୁ ସେ ନେତୃତ୍ୱର କରିସ୍ମା ଦେଖାଇଥିଲେ ।