ତାତିରେ କଲବଲ ହେଲେଣି ରାଜଧାନୀବାସୀ
ରାଜଧାନୀର ସର୍ବୋଚ୍ଚ ଦିନ ତାପମାତ୍ରା ରବିବାର ଦିନ ୩୯.୬ ଡିଗ୍ରି ରେକର୍ଡ ହୋଇଛି ।
(ଭୁବନେଶ୍ୱର) : ତାତିରେ କଲବଲ ହେଲେଣି ରାଜଧାନୀବାସୀ । ରାଜଧାନୀର ସର୍ବୋଚ୍ଚ ଦିନ ତାପମାତ୍ରା ରବିବାର ଦିନ ୩୯.୬ ଡିଗ୍ରି ରେକର୍ଡ ହୋଇଛି । ତେବେ ସବୁଠାରୁ ଉତ୍ତପ୍ତ ସହର ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଜଗତସିଂହପୁର ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ରେକର୍ଡ ହୋଇଛି।
ସୁଚନାନୁଯାୟୀ , ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ଆଜି ୩୨.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ଥିଲା ୩୪.୧ ଡିଗ୍ରି, ହୀରାକୁଦରେ ୩୧.୬ ଡିଗ୍ରି, ଭବାନୀପାଟଣାରେ ୩୩ ଡିଗ୍ରି ଓ ସୋନପୁରରେ ୩୨.୮ ଡିଗ୍ରି ରହିଥିଲା।
ଧୀରେ ଧୀରେ ଖରାର ପ୍ରକୋପ କମ ହୋଇ କୋହଲା ପାଗ ହେବାର ସମ୍ଭାବନା ରହିଛି । ତାପମାତ୍ରା ମଧ୍ୟ ଅଧିକ ବଢ଼ିବାର ସମ୍ଭାବନା ନାହିଁ। ଆଜି ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ ବୋଲି ଆକଳନରୁ ସ୍ୱଷ୍ଟ ହୋଇଛି । ତେବେ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।