ଭୁବନେଶ୍ୱର:ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ଓଡିଶା ଫେରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ହାଇକମାଣ୍ଡଙ୍କ ସହ ଦଳର ସଂଗଠନ କିପରି ପୁନର୍ଗଠନ ହେବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି ତାରା । ସେ କହିଛନ୍ତି ,ବିଜୁ ଜନତା ଦଳ ଓ ବିଜେପି ଲୋକଙ୍କ ଆସ୍ଥା ହରାଇଲେଣି । ଭୋଟ ଦେବେ କାହାକୁ ଏ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଲାଣି କଂଗ୍ରେସକୁ ଭୋଟ ଦେବାକୁ ଇଚ୍ଛା କଲା ବେଳେ ବିଭିନ୍ନ ସମସ୍ୟା ଉଠୁଛି । ସେହି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି । ଲୋକେ କଂଗ୍ରେସକୁ ଭୋଟ ଦେବାକୁ ଚାହୁଁଛନ୍ତି, ଆମେ ନେବାର କାର୍ଯ୍ୟକ୍ରମ କରିବାର ଅଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି। ମୀନାକ୍ଷୀ ବାହିନୀପତିଙ୍କୁ ସଭାପତି କଲେ ବି ଆମେ ଗ୍ରହଣ କରିବୁ ନାହିଁ । କିନ୍ତୁ ଆଲୋଚନା ମାଧ୍ୟମରେ ନୂଆ ଜିଲ୍ଲା ସଭାପତି କରିଥିଲେ ଭଲ ହୋଇଥାନ୍ତା । ମୀନାକ୍ଷୀଙ୍କୁ ପୁନର୍ବାର ସଭାପତି କରିବାକୁ ଦିଲ୍ଲୀ ଯିବା କଥା ମିଥ୍ୟା । ଭୁଲ କଥା ପ୍ରଚାରିତ ହୋଇଛି । ବୁଲିବାକୁ ଯାଇଥିଲୁ । ମୀନାକ୍ଷୀ ବାହିନୀପତିଙ୍କୁ ପୁନର୍ବାର ସଭାପତି କର ବୋଲି କଥା ଉଠି ନାହିଁ । ଜଗନ୍ନାଥ ଆଡ଼ପ ମଣ୍ଡପରେ ଅଛନ୍ତି, ମୀନାକ୍ଷୀଙ୍କୁ ପୁନର୍ବାର ସଭାପତି କରନ୍ତୁ ବୋଲି କୁହାଯାଇନାହିଁ । ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ସ୍ଥିତି ଭଲ ଅଛି । ଜାଣିଶୁଣି କଂଗ୍ରେସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ଦଳ ଓ ଅନ୍ୟ ଦଳର ଲୋକ ମିଳିତ ଭାବେ କରୁଥିବେ । ସମୟ ଆସିଲେ ଜଣାପଡିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି। ଅସହିଷ୍ଣୁ ହୋଇ ମୋତେ ସହି ପାରୁ ନାହାନ୍ତି । କୋରାପୁଟରେ କଂଗ୍ରେସ ୨୮ରୁ ୧୩ ଜିଲ୍ଲା ପରିଷଦ ଜିତିଛି । ୪ରୁ ୨ ଟି ଏନଏସି ଜିତିଛୁ । ଜୟପୁରରେ ୫୫୦୦ ଭୋଟ ରେ କଂଗ୍ରେସ ଜିତିଛି । କୋଟପାଡ଼ରେ କଂଗ୍ରେସ ଜିତିଛି ।