ଭିଜିଲାନ୍ସ ଜାଲରେ ଜଳ ସଂପଦ ବିଭାଗର ଅଧିକାରୀ

ଯାଜପୁର : ନଗଦ ଦଶ ଲକ୍ଷ ଟଙ୍କା ସହ ଜଳ ସଂପଦ ବିଭାଗର ଇଂଜିନିୟର ଅଖୟ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଞ୍ଜିନିର ବିଧାନଚନ୍ଦ୍ର ସାହୁ କେନ୍ଦୁଝରରୁ କଟକ ନିଜ ବାସଭବନକୁ ଯିବା ସମୟରେ କାବୁ କଲା ଭିଜିଲାନ୍ସ । ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ ଟଙ୍କା ସହ ବିଧାନଚନ୍ଦ୍ର ସାହୁଙ୍କୁ କାବୁ ଯାଜପୁର ଭିଜିଲାନ୍ସ ବିଭାଗ ସହ କଟକ ଭିଜିଲାନ୍ସ ଏସପି ଅଖୟ ମିଶ୍ର କାବୁ କରିଥିବା ଜଣାପଡ଼ିଛି । ସେ ଏତେ ଟଙ୍କା କେଉଁଠୁ ଆଣିଲେ ଏବଂ ଏହି ଟଙ୍କା ନେଇ କେଉଁଠାକୁ ଯାଉଥିଲେ ତାହାର ଯାଞ୍ଚ କରୁଛି ଭିଜିଲାନ୍ସ । ତାଙ୍କୁ କଟକ ଭିଜିଲାନ୍ସ ଟିମ ସାଥିରେ ନେଇ ଯାଇଥିବା କଥା ସାମ୍ନାକୁ ଆସିଛି।