ହିରାକୁଦ ଡ୍ୟାମରେ ୨୬ ଗେଟ୍ ଦେଇ ଜଳ ଦିଷ୍କାସନ

0

ସମ୍ବଲପୁର: ହିରାକୁଦ ଡ୍ୟାମର ଖୋଲିଲା ଆଉ ୪ଟି ଗେଟ । ଉପରମୁଣ୍ଡରେ ପ୍ରବଳ ବର୍ଷା ପାଇଁ ହିରାକୁଦରେ ଖୋଲାଯାଇଛି ଗେଟ ।ଏବେ ମୋଟ ୨୬ ଗେଟ ଦେଇ ଜଳ ଦିଷ୍କାସନ ହେଉଛି । ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ଅହୁରି ଗେଟ କୋଲାଜିବ ବୋଲି କୁହାଯାଉଛ ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୭.୯୧ ଫୁଟ୍କୁ ଖସି ଆସିଛି। ଜଳଭଣ୍ଡାରକୁ ୨,୯୬,୬୬୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୩,୫୩,୮୪୨ କ୍ୟୁସେକ୍ ନିଷ୍କାସିତ ହେଉଛି। ୨୨ଟି ସ୍ଲୁଇସ୍ ଗେଟ୍ ଦେଇ ୩,୨୫,୭୨୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୨୪,୭୬୬ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ଜଳସଚେନ ନିମନ୍ତେ କେନାଲଗୁଡ଼ିକରେ ୩,୦୬୬ କ୍ୟୁସେକ୍, ମେଗା ଉଠାଜଳସେଚନ ପ୍ରକଳ୍ପ ପାଇଁ ୩୩ କ୍ୟୁସେକ୍ ଓ ଶିଳ୍ପ ପାଇଁ ୨୫୭ କ୍ୟୁସେକ୍ ଜଳ ଯୋଗାଇ ଦିଆଯାଇଛି।