ବାତ୍ୟା ଜୱାଦ ପାଇଁ ଟ୍ୱିନସିଟିରେ ସତର୍କତା ଜାରି

ଭୁବନେଶ୍ୱର: ବାତ୍ୟା ଜୱାଦ୍ ଓଡିଶା ନିକଟତର ହେଉଥିବା ବେଲେ ଟ୍ୱିନ୍ ସିଟି ପାଇଁ ସତର୍କତା ଜାରି କରାଯାଇଛି । ବାତ୍ୟା ଜୱାଦ ପାଇଁ ଟ୍ୱିନସିଟିରେ ସତର୍କତା ଜାରି କଲା ପାଣିପାଗ ବିଭିଗ । କଟକ-ଭୁବନେଶ୍ୱରରେ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ସହିତ ବାତ୍ୟା ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ବେଳେ ବେଳେ ପବନର ଝଟକା ୬୦ କିମି ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ସମୟରେ ଘରୁ ନବାରିବା ପାଇଁ ଗତକାଲି ପରାମର୍ଶ ଦେଇଥିଲେ ଏସଆରସି । ଏହାସହିତ ଦୁଇଦିନ ପାଇଁ ପିଇବା ପାଣି ମହଜୁଦ କରି ରଖିବା ପାଇଁ ପରାମର୍ଶ ଦିଆଯାଇଛି