ବରଗଡ : ବରଗଡ ଗସ୍ତର ଦ୍ୱିତୀୟ ଦିନରେ ୫ଟି ସଚିବ ଭିକେ ପାଣ୍ଡିଆନ । ସେଠାରେ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ୫ଟି ସଚିବ । ଆଜି ଗ୍ରୀସୁଲ ଜୀରା ନଦୀ ଉପରେ ଚାଲିଥିବା କାର୍ଯ୍ୟ, ଦେଓଗାଁ ଠାରେ ଚାଲିଥିବା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଓ ସୋହେଲା ଡାକ୍ତରଖାନା ଯାଇ ସମୀକ୍ଷା କରିଛନ୍ତି । ପରେ ସୋହେଲା ହଲଦୀପାଲି ପଡିଆରେ ଜନସାଧାରଣଙ୍କ ସହ କରିଛନ୍ତି ଆଲୋଚନା । ସେହିପରି ପାଇକମାଳ ୫ଟି ସ୍କୁଲ ପରିଦର୍ଶନ କରିବା ସହିତ ଉନ୍ନତି ମୂଳକ କାମର କରିଛନ୍ତି ତଦାରଖ । ପରେ କସ୍ତୁରବା ଗାନ୍ଧୀ ମାତୃନିକେତନକୁ ଯାଇ ଅନ୍ତେବାସୀଙ୍କୁ ଭେଟିବା ସହ ସୁବିଧର ଅସୁବିଧା ପଚାରି ବୁଝିଛନ୍ତି । ପ୍ରଭୁ ନୃସିଂହନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ।