ଗୋପ(ଜୟନ୍ତ କୁମାର ସେଠୀ): ଆଜି ପବିତ୍ର ଜନ୍ମାଷ୍ଟମୀ ଥିବାରୁ ଭକ୍ତଙ୍କ ଗହଳି ଆଶଙ୍କାକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ମଙ୍ଗଳବାର ପୁଣି କୋଭିଡ ଗାଇଡ଼ ଲାଇନ ଓ ଏସଓପି ଅନୁଯାୟୀ ସାଧାରଣ ଦର୍ଶନ ଆରମ୍ଭ ହେବ। କୋଭିଡ ଡବଲ ଡୋଜ ଟୀକା ସାର୍ଟିଫିକେଟ ଅବା ୯୬ ଘଣ୍ଟାର କୋଭିଡ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ ଭକ୍ତ ମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିବା ବେଳେ ଭକ୍ତମାନେ ସକାଳ ୭ ଟା ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ ।