କଟକ : କଟକ ବାଲିଯାତ୍ରା ରେ ସିଏମସିାର ଚଢାଉ । ବିଭିନ୍ନ ଖାଦ୍ୟ ଷ୍ଟଲରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ କରିଛି । ବାସି ଖାଖ୍ୟ ଓ ଅପମିଶ୍ରିତ ଖାଦ୍ୟ ରସାୟନିକ ରଙ୍ଗକୁ ନେଇ ଚାଲିଛି ଚଢାଉ । ଉଭୟ ତଳ ଓ ଉପର ପଡିଆ ବାଲିଯାତ୍ରା ପଡିଆର ଫୁଡ ଷ୍ଟଲରେ ସ୍ୱାସ୍ଥ୍ୟ ବିଭାଗର ଟିମ ଚଢାଉ କରି ବାସି ଖାଦ୍ୟ ନଷ୍ଟ କରିଛି । ଅସ୍ବାସ୍ଥ୍ୟକର ପରିବେଶ ଓ ନିମ୍ନମାନର ତେଲ ବି ଯାଞ୍ଚ ହେଉଛି । ଏଥିସହ ବ୍ୟବସାୟୀଙ୍କୁ ବାସିଖାଦ୍ୟ ବିକ୍ରି ନକରିବାକୁ ସଚେତନ କରାଯାଇଛି ।