ବିହାରରେ ବିଜୁଳି କାଟକୁ ନେଇ ଉତ୍ତେଜନା

0

ବ୍ୟୁରୋ: ବିହାରରେ ବିଜୁଳି ପାଇଁ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବିହାରର କଟିହାର ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ସେଠାକାର ବାସୀନ୍ଧା ବିରୋଧ କରି ବିଦ୍ୟୁତ କେନ୍ଦ୍ରକୁ ପଥର ମଡ କରୁଥିଲେ । ପରେ ସେଠାରୁ ପୋଲିସ ଓ ପ୍ରଶାସନ ଦ୍ୱାରା ଲୋକଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । ବିରୋଧ ବେଳେ ଲୋକ ସାମାନ୍ୟ ଉତ୍ତ୍ୟକ୍ତ ହୋଇଯାଇଥିଲେ ।ତେଣୁ ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କ ଆହତ ହୋଇଥିବା କୁହାଯାଉଛି । ଆହତଙ୍କୁ କଟାହାରର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏଥିରେ ମୃତ୍ୟୁ ହୋଇଥିବା ପରିବାରଙ୍କୁ ସରକାରଙ୍କ ତରଫରୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ସାଧାରଣରେ ଦାବି କରାଯାଉଛି ।