ପଟ୍ଟାମୁଣ୍ଡାଇ : ସିଆରସିସିଙ୍କୁ କାରଣ ଦର୍ଶାଅ ନୋଟିସ ଦେବାରୁ ଦୁର୍ବ୍ୟବହାର । ଏଭଳି ଘଟଣା ଘଟଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡେଇ ବ୍ଲକ ଦକ୍ଷିଣୀ ଦିଆ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ନିରୁପମା ମାନସିଂ ବାରମ୍ବାର ମନଇଚ୍ଛା ମୁତାବକ ଛୁଟି ନେଉଥିଲା । କାର୍ଯ୍ୟରେ ଅବହଳା ଯୋଗୁଁ ୨୫ ତାରିଖରେ ବ୍ଲକ ଶିକ୍ଷା ଅଧିକାରୀ ନିରୁପମାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେ । ତେବେ ଏଥିରେ ଉତକ୍ଷୀପ୍ତ ହୋଇ ସିଆରସିସି ବିଶ୍ୱରଂଜନ ଦାସଙ୍କୁ ଶିକ୍ଷୟିତ୍ରୀ ନିରୁପମା ବିଦ୍ୟାଳୟ ପରିସରରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । କେବଳ ସେତିକି ନୁହେଁ ମିଥ୍ୟା ମାମଲାରେ ପକାଇ ଦେବା ଓ ଏବିଓଙ୍କୁ ଚପଲରେ ମାରିବା ଘଟଣା ସାମ୍ନାକୁ ଆସିଛି । ଏନେଇ ବିଶ୍ୱ ରଂଜନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।