ଓଲିଉଡ ପରେ ଏବେ ଟାର୍ଗେଟରେ ଜଲିଉଡ । ଯାଉଛି ଜଣଙ୍କ ପରେ ଜଣଙ୍କ ଜୀବନ । ସିଙ୍ଗର ହୁ୍ୟମାନଙ୍କର ପରେ ପରେ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ଭୁମିକାରେ ଅଭିନୟ କରୁଥିବା ଜ୍ଞାନ ରଞ୍ଜନ ସାହୁ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିସôିତ ହେଉଥିବା ବେଳେ ପ୍ରାଣ ତ୍ୟାଗ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଯୁବ ପ୍ରତିଭା ଜ୍ଞାନ ରଞ୍ଜନ ସାହୁଙ୍କର ଦେହାନ୍ତ ହୋଇଯାଇଛି । ତୁଳସୀ ଗଣନାଟ୍ୟରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଜ୍ଞାନ ତାଙ୍କର ଦମଦାର ଡାଇଲଗ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ। ।
ଖରାପ ଝିଅର ଗପ, ଶ୍ୱଶୁର ଘରକୁ ଶହେ ସଲାମ, କେତେ ଦୁଃଖ ଦେବୁ ଦେ ରେ କାଳିଆ ଭଳି ଅନେକ ସୁପରହିଟ ନାଟକରେ ମୁଖ୍ୟ ଖଳନାୟକ ଭୂମିକାରେ ସେ ଅଭିନୟ କରିଥିଲେ । ତୁଳସୀ ଗଣନାଟ୍ୟ, ସ୍ଵର୍ଣ୍ଣ ମହଲ, ଧଉଳି ଗଣନାଟ୍ୟ ଭଳି ଆଗଧାଡିର ଯାତ୍ରା ଅନୁଷ୍ଠାନରେ ସେ ଅଭିନୟ କରି ଯାତ୍ରାପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ମାସକ ମଧ୍ୟରେ ଚାଲିଗଲେଣି ତିନି ଜଣ ବରିଷ୍ଠ କଳାକାର ବଡ କଥା ଯେ ଗତ ମାସକ ମଧ୍ୟରେ ଯାତ୍ରା ଜଗତର ୩ ବରିଷ୍ଠ କଳାକାର ଅକାଳରେ ଆରପାରିକୁ ଚାଲିଯାଇଛନ୍ତି।ନଭେମ୍ବର ପହିଲାରେ ଯାତ୍ରା ଜଗତର ବର୍ଷିଆନ କଳାକାର ଦେବୀ ରଥ ଚାଲିଯାଇଥିବାବେଳେ ଡିସେମ୍ବର ପହିଲାରେ ଗୁରୁ ପୃଷ୍ଟି ଓ ପରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ନରେନ୍ଦ୍ର ଦାସ(ନଳୀ) ଚାଲିଯାଇଥିବାବେଳେ ଡିସେମ୍ବର ଶେଷ ଆଡକୁ ହସାଇ ହସାଇ ବେଦମ କରୁଥିବା ବୁଧିଆ ନନା ବି ଚାଲିଯାଇଥିଲେ ।