କମ୍ପାନୀ ବିରୁଦ୍ଧରେ ଧାରଣା ଦେଲେ ଗ୍ରାମବାସୀ

The villagers protested against the company

ରାୟଗଡ଼ା/ (ସନ୍ତୋଷ କୁମାର ଲମତା ): କାଶିପୁର ବ୍ଲକ ମାଈକଞ୍ଚ ପଞ୍ଚାୟତର  ପାଇକ କୁପାଖାଲ ଓ କରଞ୍ଜ କୁପାଖାଲ ମୌଜାରେ ଥିବା ବାପୁଲିମାଳି ବକସାଇଟ୍ ଖଣି ଖନନକୁ  ଦୁଇଟି ଗ୍ରାମର ଲୋକେ ପୁନର୍ବାର ଅଭିଯୋଗ ଶୁଣାଣି ଓ ପୂର୍ଣ୍ଣ ଥଇଥାନ ଦାବୀ ନେଇ  ଉତ୍କଳ ଆଲୁମିନା କମ୍ପାନୀ ବିରୁଦ୍ଧରେ ଧାରଣା ରେ ବସି ଥିବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ବର୍ଷ ଧରି ଦୁଇ ଟି ଗ୍ରାମକୁ କଂପାନୀ କୌଣସି ଉନ୍ନତି ମୂଳକ କାର୍ଯ୍ୟ  ଯଥା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ସ୍ଥାୟୀ ନିଯୁକ୍ତି ,ବାସଗୃହ ଭଳି ମୌଳିକ ଅଧିକାର ଯୋଗାଇ ଦେବାକୁ ପ୍ରତିସୃତି ଦେଇ କଂପାନୀ ବିଫଳ ହୋଇଥିବା ଦୁଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଖଣି ଖନନ ହେବା ଦ୍ଵାରା ବକ୍ସାଇଟ ଗୁଣ୍ଡ ପୋଡ଼ି ଏହି ଦୁଇଟି ଗ୍ରାମର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଏକର ଚାଷ ଜମି ସଂପୂଣ୍ଣ ଭାବେ ନଷ୍ଟ ହେଉଥିବା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିବା ସହ ବହୁ ରୋଗାକ୍ରାନ୍ତରେ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ଏହା ସହ ଅଭାବ ଅନଟନ ରେ ଦିନ କାଟୁଛନ୍ତି ନିକଟ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ୨୪ଘଣ୍ଟା ଖଣି ଉତଳନ କରି ପରିବେଶ ପ୍ରଦୂଷଣ କରୁଥିବା ବେଳେ ଲୋକ ଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଦୃଷ୍ଟି ଦେଉନଥିବା ନେଇ ବାରମ୍ବାର କମ୍ପାନୀ କତୃପକ୍ଷ ଙ୍କୁ ଜଣାଇଲେ ମଧ୍ୟ  ସେ କର୍ଣ୍ଣପାତ କରୁନଥିବା ରୁ ଜିଲ୍ଲା ପ୍ରଶସନଠାରୁ ଆରମ୍ଭ କରି ରାଜ୍ୟ ସରକାର ଙ୍କୁ ମଧ୍ୟ ଦାବୀ ଜଣାଇ ଥିଲେ ।  ଏହା ପରେ ବି କିଛି ସୁଫଳ ମିଳିନଥିବା ଯୋଗୁଁ ଗ୍ରାମବାସୀ ଧାରଣା ରେ ବସିଥିବା କଥା କହିଛନ୍ତି ।

ପୁନର୍ବାର ଅଭିଯୋଗ ଶୁଣାଣି କରି  ଆର ଡି ସି ଙ୍କ ନିର୍ଦ୍ଦେଶ ଏବଂ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ମୁତାବକ ଡିପି ଷ୍ଟାଟସ୍ ଘୋଷଣା କରି ଗ୍ରାମବାସୀ ମାନଙ୍କୁ ନ୍ୟାୟ ପ୍ରଦାନ କରିବା କୁ ଦାବୀ ହୋଇଛି ଏହାର ସ୍ଥାୟୀ ସମାଧାନ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ଗ୍ରମବାସୀମାନେ ଚେତାବନୀ ଦେଇଛନ୍ତି।ଏହି ଧାରଣା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରିଥିବା ଦେଖିବାକୁ ମିଳିଛି।