ଗାଁ କଲ୍ୟାଣ ସମିତି ସଚେତନତା କର୍ମଶାଳା

କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ପଞ୍ଚାୟତ ସଭା ଗୃହ ଠାରେ ଏକ ଗାଁ କଲ୍ୟାଣ ସମିତି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଟି ବ୍ରହ୍ମଣପାଦ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଆୟାଜନ କରାଯାଇଥିଲା । ତେବେ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜନ୍ମ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଂସ୍କାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରସାଦ ପୃଷ୍ଟି , ବି ବପଲମେଣ୍ଡି ନାଏବ ସରପଞ୍ଚ ମନୋଜ କୁମାର ପ୍ରଧାନ, ଏବଂ ଚକାପାଦ ବ୍ଲକ ର ସମସ୍ତ SHG ସଂୟ ସହାୟିକା ଗୋଷ୍ଠୀ ମହିଳା ,ଅଙ୍ଗନବାଡି କର୍ମୀ , ଆଶା କର୍ମୀ, ୱାର୍ଡ ମେମ୍ବର ମାନେ ଯୋଗ ଦେଇଥିଲେ । ଏହି କର୍ମ ଶାଳାର ମୁଖ୍ୟ ଉଦେଶ୍ୟ ହେଉଛି ଗ୍ରାମ କଲ୍ୟାଣ ସମିତିର ଖୋଲା ପାଣ୍ଠିକୁ ସୁ ବିନିଯୋଗ କରିବା । ଏହା ସହିତ ଜିକେଏସ ତରଫରୁ ପ୍ରତି ଗ୍ରାମକୁ ସଫା ରଖିବାେ, ସୁସ୍ଥ ପରିମଳ , ପୃଷ୍ଟି ସାଧନ ନିର୍ବାହ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ମହିଳା ମାନେ ଆସି ମଧ୍ୟ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।