ଭଜିଲାନ୍ସ ପଞ୍ଝାରେ ଯନ୍ତ୍ରୀ

କୋରାପୁଟ: ଭିଜିଲାନ୍ସ ପଞ୍ଝାରେ ଯନ୍ତ୍ରୀ । ସୁନାବେଡ଼ା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କୋରାପୁଟ, ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଚଢାଉ ଜାରି ରହିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ଜୟପୁର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ୱାରେଣ୍ଟ ବଳରେ ଚଢାଉ ଚାଲିଛି । ଚଢାଉରେ ୫ ଜଣ ଡିଏସପି, ୮ ଜଣ ଇନ୍ସସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ସୁନାବେଡା ଏନଏସି ଅଫିସ୍, ସୁନାବେଡା ସ୍ଥିତ ସରକାରୀ କ୍ୱାଟର ଭବନେଶ୍ୱର ପୋଖରୀପୁଟ ସ୍ଥିତ କନିକା ଆପାର୍ଟମେଣ୍ଟ, ପାରଳାଖେମୁଣ୍ଡି ସୀତାପୁର ସ୍ଥିତ ପୈତୃକ ଘର, ବ୍ରହ୍ମପୁରରେ ସମ୍ପର୍କୀୟଙ୍କ ଘର, ବ୍ରହ୍ମପୁର ଶକ୍ତିନଗର ସ୍ଥିତ ଦୁଇ ମହଲା ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।