ବିଲ କରିଦେବା ପାଇଁ ଲଞ୍ଚ ନେଉଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ଧରିଲା ଭିଜିଲାନ୍ସ

କଳାହାଣ୍ଡି: ପ୍ରଧାନ ଶିକ୍ଷକଙ୍କୁ ଧରିଲା ଭିଜିଲାନ୍ସ । ୫ଟି କାମରେ ବିଲ କରାଇଦେବା ପାଇଁ ଲଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତ ରେ ଧରାପଡଇଥିବା କୁହାଯାଉଛି । କଳାହାଣ୍ଡ ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ହୋଇଥିବା ୫ଟି କାମର ବିଲ କରିଦେବା ପାଇଁ ସ୍କୁଲ ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି ଠିକାଦାର ଜୟରାମ ସାହୁଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପରେ ଭିଜିଲାନ୍ସ ଲକକାଳୀନ ସ୍ମୁଲ ଅଫିସ ସମେତ ତାଙ୍କ ଘରେ ମଧ୍ୟ ଚଢାଉ କରିଥିବା କୁହାଯାଉଛି ।