ଭୁବନେଶ୍ୱର-: ଭିଜିଲାନ୍ସ ଜାଲରେ ଆଇଏଏସ୍ ଅଫିସର। ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜୟପାଟଣା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି। ସେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ରବିବାର ଦିନ ପ୍ରଥମ କିସ୍ତି ବାବଦରେ ୧୦ ଲକ୍ଷ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ୨୦୨୧ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଧୀମାନ। ଭିଜିଲାନ୍ସ ପକ୍ଷରୁ ରେଡ୍ ବେଳେ ଉପଜିଲ୍ଲାପାଳଙ୍କ ଘରୁ ୪୭ ଲକ୍ଷ ଟଙ୍କା ମିଳିଛି। ବର୍ତ୍ତମାନ ସୁଦ୍ଧା ତଲାସି ଜାରି ରହିଛି। ଚଢାଉ ସରିଲେ ତାଙ୍କୁ ସ୍ଥାନୀୟ ଭିଜିଲାନ୍ସ ଡିଏସପିଙ୍କ ଅଫିସକୁ ଆଣି ପଚରା ଉଚରା କରାଯିବାର ସମ୍ଭାବନା ଅଛି। ଧୀମାନ ପ୍ରାୟ ଦେଢବର୍ଷ ତଳେ ସେ ଧର୍ମଗଡ ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ।
Today, Sri Dhiman Chakma, IAS (2021 batch), Sub-Collector, Dharamgarh, #Kalahandi, has been nabbed while taking bribe Rs. 10 Lakh from a businessman, threatening to act against his business otherwise. Further, Rs 47 lakh cash recovered during search at his govt. residence. pic.twitter.com/aIOuPdSq0d
— Odisha Vigilance (@OdishaVigilance) June 8, 2025