ବନ କର୍ମଚାରୀ ଅସିତ କୁମାର ପଟ୍ଟନାୟକଙ୍କୁ ଧରିଛି ଭିଜିଲାନ୍ସ

ରାଉରକେଲା : ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ବନ ରେଞ୍ଜର ଉପ-ରେଞ୍ଜର ଅସିତ କୁମାର ପଟ୍ଟନାୟକ।ସରକାରୀ କାମରେ ନିୟୋଜିତ ଗାଡ଼ି ଭଡ଼ା ବିଲ୍ କରାଇଦେବା ପାଇଁ ସେ ଗାଡ଼ି ମାଲିକଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଟ୍ରାପ କରିଥିଲା । ଏହାପରେ ତାଙ୍କର ୪ଟି ଠିକଣାରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ରାଉରକେଲା ବାସନ୍ତୀ କଲୋନୀରେ ଥିବା ଡେପୁଟୀ ରେଞ୍ଜର ଅସିତ କୁମାର ପଟ୍ଟନାୟକଙ୍କ ଘରୁ ମିଳିଛି ନଗଦ ୮ ଲକ୍ଷ ୩୭ ହଜାର ଟଙ୍କା । ଏଥିସହ ୩୯୦ ଗ୍ରାମ ସୁନା ଜବତ କରାଯାଇଥିଲା ଭିଜିଲାନ୍ସ ଟିମ ।