ଭିଜିଲାନ୍ସ ଜାଲରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜୁନିୟର କ୍ଲର୍କ

(ସେଖ ଫଇଜାନ କାଦରୀ ): ଭିଜିଲାନ୍ସ ଜାଲରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜୁନିୟର କ୍ଲର୍କ ନିରଞ୍ଜନ ପରିଡା । ମେଡିକାଲ କର୍ମଚାରୀ ଅନନ୍ତ ଚରଣ ମୁଣ୍ଡା ଙ୍କ ଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ନିରଞ୍ଜନ । ସୂଚନା ଅନୁଯାୟୀ ଆଜି ବାଲେଶ୍ଵର ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଦେଶ ରେ ଏକ ସ୍ଵତନ୍ତ୍ର ଟିମ ଏହି ଚଢାଉ କରିଛି। ମେଡିକାଲ କର୍ମଚାରୀ ଅନନ୍ତ ଚରଣ ମୁଣ୍ଡା ଙ୍କ ପୂର୍ବ ଏରିଏର ବିଲ ପାସ କରିବା ପାଇଁ ଲାଞ୍ଚ ନିରଞ୍ଜନ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତେବେ ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ନିରଞ୍ଜନ ଙ୍କୁ ଗିରଫ କରାଯାଇ ଅନୁସନ୍ଧାନ ଜାରି ରଖିଛି ।