ଭିଜିଲାନ୍ସ ଜାଲରେ ଧରାପଡି ଗରିଫ ହେଲେ ଗ୍ରାମ ରୋଜଗାର ସେବକ

( ଓମ୍ ପ୍ରକାଶ ମିଶ୍ର): ଭିଜିଲାନ୍ସ ଜାଲରେ ଧରାପଡି ଗରିଫ ହେଲେ ଗ୍ରାମ ରୋଜଗାର ସେବକ ଅମିତ କୁମାର ଅଗ୍ରୱାଲ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ସିଘିଜୁବା ଗ୍ରାମ ପଞ୍ଚାୟତର (ଜିଆରଏସ ) ଗ୍ରାମ ରୋଜଗାର ସେବକ ଅମିତ କୁମାର ଅଗ୍ରୱାଲ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଲ୍ ମଜୁର ପାଇଁ ଜଣେ ହିତାଧିକାରୀଙ୍କ ପାଖରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ , ସୁବର୍ଣ୍ଣପୁର ଏସପି ଙ୍କ ନେତୄତରେ ଏକ ପାଞ୍ଚ ଜଣିଆ ଦଳ ଗ୍ରାମ ପଞ୍ଚାୟତ କାର୍ୟ୍ୟ।ଳୟରେ ଜିଆରଏସ ଅଗ୍ରୱାଲଙ୍କ ବିରୋଧରେ ଲାଞ୍ଚ ମାମଲାରେ ଦାଏର କରି କୋର୍ଟ ଚାଲାଣ କରାଯାଇଛି।