ପରସ୍ପରର ହାତ ଧରି ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଭିକି-କ୍ୟାଟ୍ରିନା

ନୂଆଦିଲ୍ଲୀ: ନ୍ୟୁଲି ମ୍ୟାରେଡ କପଲ୍ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଚଳିତ ବର୍ଷ ବିବାହ ପରେ ସେମାନଙ୍କର ପ୍ରଥମ ହୋଲି ପାଳନ କରିବାକୁ ଯାଉଛନ୍ତି। ତେବେ ଏହି ସମୟରେ ଦୁହିଁଙ୍କର ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଉଭୟ ଏକ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି | ଉଭୟ ଗତକାଲି ରାତିରେ ଧର୍ମା ପ୍ରଡକ୍ସନ୍ସର ସିଇଓ ଅପୂର୍ବ ମେହେଟ୍ଟାଙ୍କ ଜନ୍ମଦିନ ପାର୍ଟୀରେ ଯୋଗ ଦେଇଥିଲେ | ଯେଉଁଠାରେ ଦୁହେଁ ପରସ୍ପରର ହାତ ଧରି ଏଣ୍ଟ୍ରି ମାରିବାର ନଜର ଆସିଥିଲେ |

  • କିଛି ଏହିପରି ଦେଖାଯାଉଥିଲେ ଭିକି କ୍ୟାଟ୍ରିନା

ସୋସିଆଲ ମିଡ଼ିଆରେ ଭାଇରଲ ହେଉଥିବା ଏହି ଭିଡିଓରେ କ୍ୟାଟ୍ରିନା କୈଫ ଏକ ନୀଳ ରଙ୍ଗର ବଡିକନ୍ ସର୍ଟ ଡ୍ରେସରେ ଖୁବ ସୁନ୍ଦର ଦେଖାଯାଉଥିବା ସମୟରେ ତାଙ୍କ ହାତ ଧରିଥିବା ତାଙ୍କ ସ୍ୱାମୀ ଭିକି କୌଶଲ ରେଟ୍ରୋ ଲୁକ୍ ସହିତ ବ୍ଲେଜର ପିନ୍ଧି ଖୁବ ଷ୍ଟାଇଲିସ ଦେଖା ଯାଉଥିଲେ ​​| କାରରୁ ଓହ୍ଲାଇବା ମାତ୍ରେ ଦୁହେଁ ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ |

ଉଭୟଙ୍କ କ୍ୟୁଟ ଏବଂ ରୋମାଣ୍ଟିକ୍ ଅନ୍ଦାଜ କ୍ୟାମେରାରେ କଏଦ ହେବା ସହ ସୋସିଆଲ ମିଡ଼ିଆରେ ତାଙ୍କ ଫ୍ୟାନ୍ସ ମାନେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି ​| ଅନ୍ୟପକ୍ଷେ, ପରିବାର ସହ ହୋଲି ଖେଳିଥିବାର ନଜର ଆସିଛନ୍ତି ଏହି କ୍ୟୁଟ ଯୋଡ଼ି ​​| ଉଭୟ ନିଜର ହୋଲି ଫୋଟକୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଦେଖିବାକୁ ମିଳିଛି ​​|

ତେବେ ଆଜିକାଲି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ ସେମାନଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ଭିକିଙ୍କୁ ଖୁବ ଶୀଘ୍ର ତିନୋଟି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ, ଅନ୍ୟପକ୍ଷେ କ୍ୟାଟ୍ରିନା ଖୁବ୍ ଶୀଘ୍ର ସଲମାନଙ୍କ ସହ ‘ଟାଇଗର 3’ରେ ନଜର ଆସିବେ।