ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ମାର୍ଗଦର୍ଶିକା

ସମ୍ବଲପୁର-: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ମାର୍ଗଦର୍ଶିକା । ଏହା ସହ ଅପରାହ୍ନ ଆଭ୍ୟନ୍ତରୀଣ କମିଟି ବୈଠକ । କାର୍ଯ୍ୟକ୍ଷେତ୍ରରେ ପ୍ରଫେସନାଲ ଭାଲ୍ୟୁ, ମୋରାଲ୍ ଭାଲ୍ୟୁ ପାଳନ କରିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ୟବହାର ଦେଖାଇବା ପାଇଁ ନିର୍ଦ୍ଦେଶ ରହିଛି । ଛାତ୍ରଛାତ୍ରୀଙ୍କର କୌଣସି ସ୍ତରରେ ଅସୁବିଧା ହେଲେ ବା ସେମାନେ ନିର୍ଯାତନାର ଶିକାର ହେଲେ, ଅବିଳମ୍ବେ ଅଭିଯୋଗ କରିବା ପାଇଁ କୁହାଯାଇଛି ।