ଭ୍ୟାନ ଓଲଟି ୧୫ରୁ ଅଧିକ ଆହତ

କୋରାପୁଟ: କୋରାପୁଟ ଦଶମନ୍ତପୁର ବ୍ଲକର ଲୁଲ୍ଳା ନିକଟରେ ଘଟିଯାଇଛି ଏକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ମ୍ୟାକ୍ସ ପିକଅପ ଭ୍ୟାନ ଓଲଟି ପଡିଥିବା ଦେଖାଯାଇଛି । ଯାତ୍ରୀଙ୍କୁ ନେଇ ଲୁଲ୍ଲାରୁ କୋରାପୁଟ ନେଇ ଯାଉଥିବା ସମୟରେ ଭ୍ୟାନଟି ଓଲଟି ପଡିଛି । ଫଳରେ ୩ ଜଣ ଗୁରୁତର ହୋଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଦଶମନ୍ତପୁର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଆହତ ମାନଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରାଯାଇଥିବା ବେଳେ ବାହ।ରେ ସମ୍ପର୍କୀୟଙ୍କ ଭିଡ ଦେଖାଯାଇଛି ।