ଶେଷ ନିଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ

(ସୁଜିତ ଧଳ) : ଆଉ ନାହାଁନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀ । ଅଖିଳ ଭାରତ ଆର୍ୟୁବେଦ ସଂସ୍ଥାନ (ଏମ୍ସ) ରେ ଗତ ୯ ସପ୍ତାହ ହେଲା ଭର୍ତ୍ତି ହୋଇଥିବା ବେଳେ ଆଜି ଅପରାହ୍ନରେ ତାଙ୍କ ମୁତ୍ୟ ହୋଇଛି । ମୁତ୍ୟ ସମୟରେ ତାଙ୍କୁ ୯୩ ବର୍ଷ ହୋଇଥିଲା । ଆଜି ତାଙ୍କ ମୃତ୍ୟୁରେ ସାରା ଦେଶ ମର୍ମାହାତ ହୋଇଛି ।

ସେ ଭାରତର ୩ଥର ପ୍ରଧାନ ମନ୍ତ୍ରୀ ହୋଇଥିଲେ । ୧୯୯୬ ମସିହାରେ ୧୩ ଦିନ ପାଇଁ ଭାରତର ପ୍ରଧାନ ମନ୍ତ୍ରୀ ହୋଇଥିବା ବେଳେ ୧୯୯୮ ରେ ୧୧ ମାସ ପାଇଁ ଏବଂ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ସେ ପ୍ରଧାନ ମନ୍ତ୍ରୀ ଥିଲେ ।  ସେ ଜଣେ ଉଚ୍ଚ ଚିନ୍ତାଭିଳାସି ଏବଂ ଜଣେ ସୁଶାସକ ଥିଲେ ।