(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଉତ୍ତରଖଣ୍ଡ ବିଧାୟକ ମହେନ୍ଦ୍ର ଭଟ୍ଟ ଗୁରୁବାର ନିର୍ବାଚନ ମଡେଲ କୋଡ ଅଫ କଣ୍ଡକ୍ଟ (ଏମସିସି) ଉଲ୍ଲଙ୍ଘନ କରିଛନ୍ତି । ଏମସିସିରେ ବୁଥ ମଧ୍ୟକୁ ମୋବାଇଲ ନେବା ଓ ବୁଥ ମଧ୍ୟରେ ଫଟୋ ଉଠାଇବାକୁ ବାରଣ କରାଯାଇଛି ।
ସେ ବଦ୍ରିନାଥ ବୁଥରେ ଭୋଟ ଦେଇ ସାରି ବୁଥ ଭିତରେ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି । ଭଟ୍ଟ ବଦ୍ରିନାଥର ବିଜେପି ବିଧାୟକ । ସେ ୨୦୧୭ ଫେବ୍ର୍ରୁଆରୀ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଥିଲେ । ଝାରଖଣ୍ଡର ସମସ୍ତ ୫ଟି ଲୋକସଭା ଆସନରେ ୧୧ ଏପ୍ରିଲ ଅର୍ଥାତ୍ ପ୍ରଥମ ପର୍ଯ୍ୟାୟରେ ଭୋଟ ହେଉଛି । ଏହାର ଫଳାଫଳ ୨୩ ମେ ରେ ପ୍ରକାଶ ପାଇବ ।