ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜାଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା । ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଅନ୍ତିମ ଆଶେସ୍ ଟେଷ୍ଟ୍ ପରେ, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି। ୩୯ ବର୍ଷୀୟ ଖ୍ୱାଜା ୨୦୧୧ରେ ଏହି ସିଡନୀ ମଇଦାନରେ ଇଂଲଣ୍ଡ ବିପକ୍ଷରେ ହିଁ ତାଙ୍କର ଟେଷ୍ଟ୍ କ୍ୟାରିଅର୍ ଆରମ୍ଭ କରିଥିଲେ।
