ଇଂରାଜୀ ନବବର୍ଷ ୨୦୨୬ କୁ ସ୍ୱାଗତ କରିବା ପାଇଁ ଏବେ ସମଗ୍ର ଦେଶ ପ୍ରସ୍ତୁତ ହେଉଥିବାବେଳେ । ଭାରତ – ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ତେବେ ଆମରିକାର ପ୍ରମୁଖ ଥିଙ୍କ୍ ଟ୍ୟାଙ୍କ୍ କାଉନ୍ସିଲ ଅନ୍ ଫରେନ୍ ରିଲେସନ୍ସର ନୂଆ ରିପୋର୍ଟ ଅନୁଯାୟୀ , ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇପାରେ । ଏହାର ପ୍ରମୁଖ କାରଣ ସାଜିବ କାଶ୍ମୀରରେ ଅତ୍ୟଧିକ ଆତଙ୍କୀ କାର୍ଯ୍ୟକଳାପ । କେବଳ ସେତିକି ନୁହେଁ, ବର୍ତମାନ ଦୁଇ ଦେଶ ଅସ୍ତ୍ର କ୍ରୟ ବଢ଼ାଇଥିବାରୁ ଉତ୍ତେଜନା ଆହୁରି ବଢ଼ିପାରେ ବୋଲି ରିପୋର୍ଟ ଦର୍ଶାଇଛି । ମୁଖ୍ୟତଃ ଚୀନ୍ ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳ ପାକିସ୍ତାନ ଏବେ ଯୁଦ୍ଧବିମାନ ସଂଖ୍ୟା ବଢ଼ାଇବା ପାଇଁ ସବୁ ଶକ୍ତି ଲଗାଇ ଦେଇଛି । ସେହିପରି ଭାରତ ମଧ୍ୟ ପ୍ରତିରକ୍ଷା ବଜେଟ୍ ବଢ଼ାଇ ଅତ୍ୟାଧୁନିକ ଅସ୍ତ୍ର କ୍ରୟ କରୁଛି । ଆମେରିକା ରିପୋର୍ଟ ଅନୁସାରେ, ପହଲ୍ଗାମ ଆକ୍ରମଣ ପରେ ଭାରତର ଅପରେସନ୍ ‘ସିନ୍ଦୂର’ଭଳି ଘଟଣା ଆଗାମୀ ବର୍ଷ ପୁନରାବୃତ୍ତି ହେଲେ, ପୁଣିଥରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବଢ଼ିବ । ଆଉ ଏଥର ଯୁଦ୍ଧ ଭୟଙ୍କର ରୂପ ନେବାର ଆଶଙ୍କା ରହିଛି । ଦୁଇ ଦେଶ ପରମାଣୁ ଶକ୍ତିସଂପନ୍ନ ହୋଇଥିବାରୁ ଯୁଦ୍ଧ ଭୟଙ୍କର ହୋଇପାରେ । ତେବେ ଅପରେସନ୍ ‘ସିନ୍ଦୂର’ପରେ ଯୁଦ୍ଧବିରତି ହେବା ଭଳି ଘଟଣା ପ୍ରମାଣିତ କରିଛି ଯେ କୂଟନୈତିକ ଚେଷ୍ଟା ଦ୍ୱାରା ଉତ୍ତେଜନା ନିୟନ୍ତ୍ରଣ କରାଯାଇପାରେ । ତେଣୁ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା କଣ ସତରେ ୨୦୨୬ ରେ ଭୟଙ୍କର ରୂପ ନେବ ନା ନାହିଁ ତାହା ଉପରେ ସମସ୍ତଙ୍କର ନଜର ।