ଆମେରିକା ରାଷ୍ଟ୍ରପତି ନିର୍ବାଚନ: କମଳାଙ୍କ ନାମାଙ୍କନ ପାଇଁ ଜେଜେ ବାପାଙ୍କ ଗାଁରେ ପୂଜାର୍ଚ୍ଚନା

ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଓହରି ଯିବା ସହ ଉପରାଷ୍ଟ୍ରପତି କମଲା ହାରିସ ଏହି ପଦପାଇ ଁ ଡେମୋକ୍ରାଟି ପାର୍ଟି ତରଫରୁ ଏକପ୍ରକାର ମନୋନିତ ହୋଇଛନ୍ତି । ଏହା ଜଣା ପଡିବା ପରେ ତାମିଲନାଡୁରେ ଆରମ୍ଭ ହୋଇଯାଇଛି କମଳାଙ୍କ ପାଇଁ ପୂଜାର୍ଚ୍ଚନା । ହାରିସଙ୍କ ପୈତୃକ ଗାଁ ପାଙ୍ଗନାଡୁ ଥୁଲେସେନ୍ଦ୍ରପୁରମ ବାସୀ କମଳା ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତୁ ଏଥିଲାଗି ପୂଜାପାଠ କରୁଛନ୍ତି । କମଳା ନଭେମ୍ବର ୫ରେ ନାମାଙ୍କନ ଭରିପାରନ୍ତି ।
ତେବେ ଡେମୋକ୍ରାଟିକ୍ ପାର୍ଟି ତାଙ୍କ ନାଁ ଘୋଷଣା କରିବାକୁ ଗାଁ ଲୋକେ ଏବେଠାରୁ ପୂଜା ଆରମ୍ଭ କରିଦେଇଛନ୍ତି । ଗ୍ରାମବାସୀଙ୍କ କହିବା କଥା, ଆମ ଗାଁର ଭି ଗୋପାଳଙ୍କ ନାତୁଣୀ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯାଉଥିବାରୁ ଆମେ ସମସ୍ତେ ଖୁସି । ତେଣୁ ଦଳ ତାଙ୍କୁ ବାଛୁ ଓ ସେ ଟ୍ରମ୍ପକୁ ପରାସ୍ତ କରି ବିଜୟୀ ହୁଅନ୍ତୁ ଏଥିପାଇଁ ସ୍ୱତପ୍ରବୃତ୍ତଭାବେ ଆମେ ପୂଜା କରୁଛୁ ତାଙ୍କ ପାଇଁ ।
ତେବେ ଏହା ପୂର୍ବରୁ ୨୦୨୦ରେ ଯେତେବେଳେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ଓ କମଳା ଉପରାଷ୍ଟ୍ରପତି ପଦ ପାଇଁ ଲଢୁଥିଲେ, ସେତେବେଳେ ମଧ୍ୟ ଏହି ଗ୍ରାମବାସୀମାନେ ତାଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରିଥିଲେ । କମଳାଙ୍କ ବିଜୟ ଉତ୍ସବକୁ ମଧ୍ୟ ବେଶ ଜାକଜମକରେ ବାଜା, ବାଣ ମଧ୍ୟରେ ପାଳିଥିଲେ ।