ପ୍ରକାଶ ପାଇଲା IAS ରେଜଲ୍ଟ : ଇଶିତା କିଶୋର ଟପ୍ପର, ୪୨ ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ପ୍ରଣତୀ ଦାସ
IAS ପରୀକ୍ଷାରେ ଓଡିଶାରୁ ସ୍ଥାନ ପାଇଥିବା ଅନେକ ପରୀକ୍ଷାର୍ଥୀ ବାଜି ମାରିଛନ୍ତି | ୩୩ତମ ସ୍ଥାନରେ ଓଡ଼ିଶାର ଥରୁଣ ପଟ୍ଟନାୟକ ମାଡେଲା । ୪୨ ସ୍ଥାନରେ ପ୍ରଣତୀ ଦାସ, ୩୬୩ ସ୍ଥାନରେ ଦିବ୍ୟା ଜୈନ । ୫୧୬ ସ୍ଥାନରେ ତେଜସ୍ୱିନୀ ବେହେରା ରହିଛନ୍ତି । ୨୨୬ତମ ସ୍ଥାନରେ ଗୌରବ କୁମାର ତ୍ରିପାଠୀ । ୩୩୪ ସ୍ଥାନରେ ଆୟୂଷୀ ପ୍ରଧାନ ରହିଛନ୍ତି । ୩୩୬ ସ୍ଥାନରେ ଓଡ଼ିଶାର ଉତ୍କର୍ଷ ତ୍ରିପାଠୀ ।
ଭୁବନେଶ୍ୱର : ପ୍ରକାଶ ପାଇଲା IAS ରେଜଲ୍ଟ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ହୋଇଛନ୍ତି । ଗାରିମା ଲୋହିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହର୍ଷିଥି ଏନ୍ ଏହି ତାଲିକାର ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ଅଛନ୍ତି | ପ୍ରଥମ ୧୦ଟି ସ୍ଥାନରେ ୬ ଜଣ ଝିଅ ଅଛନ୍ତି । ଭୁବନେଶ୍ୱରରେ ରହୁଥିବା ଓଡିଆ ଝିଅ କସ୍ତୁରୀ ପଣ୍ଡା ଏଥର ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । କସ୍ତୁରୀ ପଣ୍ଡା ଆଇଏଏସ୍ ଲିଷ୍ଟର ୬୭ ତମ ସ୍ଥାନରେ ରହିଛନ୍ତି । ଏନଆଇଟି ରାଉରକେଲାରୁ ସେ ବି-ଟେକ୍ କରିଛନ୍ତି ।
କେବଳ କସ୍ତୁରୀ ନୁହନ୍ତି IAS ପରୀକ୍ଷାରେ ଓଡିଶାରୁ ସ୍ଥାନ ପାଇଥିବା ଅନେକ ପରୀକ୍ଷାର୍ଥୀ ବାଜି ମାରିଛନ୍ତି । ୩୩ତମ ସ୍ଥାନରେ ଓଡ଼ିଶାର ଥରୁଣ ପଟ୍ଟନାୟକ ମାଡେଲା । ୪୨ ସ୍ଥାନରେ ପ୍ରଣତୀ ଦାସ, ୩୬୩ ସ୍ଥାନରେ ଦିବ୍ୟା ଜୈନ । ୫୧୬ ସ୍ଥାନରେ ତେଜସ୍ୱିନୀ ବେହେରା ରହିଛନ୍ତି । ୨୨୬ତମ ସ୍ଥାନରେ ଗୌରବ କୁମାର ତ୍ରିପାଠୀ । ୩୩୪ ସ୍ଥାନରେ ଆୟୂଷୀ ପ୍ରଧାନ ରହିଛନ୍ତି । ୩୩୬ ସ୍ଥାନରେ ଓଡ଼ିଶାର ଉତ୍କର୍ଷ ତ୍ରିପାଠୀ ।
ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ଲିଖିତ ପରୀକ୍ଷା ଆୟୋଜିତ ହୋଇଥିଲା । ଏହାପରେ ଚଳିତ ବର୍ଷ ଜାନୁଆରୀ- ମେ ମାସ ମଧ୍ୟରେ ୨୫୨୯ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଏହି ପରୀକ୍ଷାରେ ମୋଟ ୯୩୩ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜେନେରାଲ ବର୍ଗର ୩୪୫ ଜଣ, ଇଡବ୍ଲ୍ୟୁଏସ ବର୍ଗର ୯୯ ଜଣ, ଓବିସି ବର୍ଗର ୨୬୩ ଜଣ, ଏସସି ବର୍ଗର ୧୫୪ ଜଣ ଓ ଏସଟି ବର୍ଗର ୭୨ ଜଣ ପ୍ରାର୍ଥୀ ରହିଛନ୍ତି ।