ସୋର: ବାଲେଶ୍ୱର ଜିଳ୍ଳାରେ ଭାସିଲା ୧୬୦ ଫୁଟର ବୋଇତ । କାର୍ଯ୍ୟକ୍ରମରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଜା ବଜାଇ, ସାଇକେଲରେ ବୁଲି ପାଳିଲେ କାର୍ତ୍ତିକ ପୂର୍ଣ୍ଣମୀ । ନିଆରା ଢଙ୍ଗରେ ପୂର୍ଣ୍ଣମୀ ପାଳନ କରିଛନ୍ତି ବାଲେଶ୍ୱର ସୋର ବାସିନ୍ଦା ।
ଆଜି ସକାଳେ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସର ଶୁଭ ଉଦଘାଟନ କରିଛନ୍ତି । ବାଜା ବଜାଇ କିର୍ତ୍ତନ ସହିତ ଘଣ୍ଟା ଓ ଶଙ୍ଖ ବଜାଇ ପାଳନ ହୋଇଛି କାର୍ତ୍ତିକ ପୂର୍ଣ୍ଣମୀ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୬୦ ଫୁଟର ଏକ ବିଶାଳ ବୋଇତ ତିଆରି କରି ସ୍ଥାନୀୟ ପୋଖରୀରେ ଭସାଯାଇଛି । ଏହାପରେ ବାଜା ବଜାଇ ସାଇକେଲରେ ବୁଲିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।