ଗୋପ(ଜୟନ୍ତ କୁମାର ସେଠୀ) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି। ଏଥି ସହ ଜଗତ ଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ମଧ୍ୟ ଭେଟି ଆଶୀର୍ବାଦ ନେଇଛନ୍ତି। ଏହି ଅବସର ରେ ଧର୍ମେନ୍ଦ୍ର କହିଛନ୍ତି ପୁରୀ ର ନାମ କରଣ ବଦଳାଯାଇ ଜଗନ୍ନାଥ ଧାମ ପୁରୀ ହେବାକୁ ଯେଉଁ ଦାବି ହେଉଛି ତାହା ସ୍ଵାଗତ ଯୋଗ୍ୟ । ଏପରି ନାମ କରଣ ହେବା ଉଚିତ। ଅନ୍ୟପକ୍ଷରେ ଜଗତ ଗୁରୁ ଶଙ୍କରାଚାର୍ୟ୍ୟ ଦାବିକୁ ଯଥାର୍ଥ ନୁହେଁ ବୋଲି ମତପ୍ରକାଶ କରିଛନ୍ତି । ପୁରୀ କହିଲେ ଜଗନ୍ନାଥ ପୁରୀ କୁ ବୁଝାଏ, ତେଣୁ ଏହାକୁ ପରିବର୍ତନ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ୟ୍ୟ ।
ତେଣୁ ପୁରୀର ନାମ ହିଁ ସଭିଏଁ ଜାଣନ୍ତି । ପୁରୀ କହିଲେ ଜଗନ୍ନାଥ ପୁରୀକୁ ହିଁ ବୁଝାଏ । ଏହାର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆଦି ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।