ଶିକ୍ଷକଙ୍କୁ ଟିକା ଦେବାରେ ରାଜ୍ୟ ସରକାର ସହଯୋଗ କରିବା ଉଚିତ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗୁରୁ ଦିବସ ପୂର୍ବରୁ ଦେଶର ସମସ୍ତ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଭିଡ୍‌ ଟିକା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

(ଭୁବନେଶ୍ୱର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁ ଦିବସ ପୂର୍ବରୁ ଦେଶର ସମସ୍ତ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଭିଡ୍‌ ଟିକା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି, ଗୁରୁ ଦିବସର ଅବ୍ୟବହିତ ପୂର୍ବରୁ ସବୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକାକରଣ କରିବାରେ ପ୍ରାଥମିକତା ଦିଆଯିବ । ଏଥିପାଇଁ ସବୁ ମାସରେ ରାଜ୍ୟକୁ ମିଳୁଥିବା ଟିକା ବାଦ୍‌ ଅତିରିକ୍ତ ୨ କୋଟି ଟିକା ଉପଲବ୍ଧ କରାଯିବ । ଭବିଷ୍ୟତର ଭିତ୍ତିଭୂମିକୁ ମଜବୁତ୍‌ କରିବାର ଏହି ଅଭିଯାନରେ ସହଯୋଗ ଦେବାକୁ ସବୁ ରାଜ୍ୟ ସରକାରଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଦେଶର ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ମହାମାରୀ ସମୟରେ ପାଠପଢ଼ାରେ ବ୍ୟାଘାତକୁ ଦୂର କରିବାରେ ଏହା ମୋଦି ସରକାରଙ୍କ ଉଚିତ ପଦକ୍ଷେପ ।