ଚୌଦ୍ବାର ଜେଲ ପରିସରର ଜୀବନ ହାରିଲେ ବିଚାରାଧୀନ କଏଦୀ

କଟକ: ଜୀବନ ହାରିଲେ ବିଚାରାଧୀନ କଏଦୀ । ଚୌଦ୍ବାର ଜେଲ ପରିସରର ଗାମୁଛା ଲଗାଇ ଝୁଲି ପଡ଼ିଲେ ବିଚାରାଧୀନ କଏଦୀ । ମୃତକ ଜରିପଡା ପଞ୍ଚାୟତ ସାମନ୍ତରାପୁର ଗାଁର ବିଷ୍ଣୁ ପ୍ରସାଦ ସ୍ୱାଇଁ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ , ଚୌଦ୍ୱାର ଜେଲ୍ ପରିସରରେ ଆମ୍ବ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ କଏଦୀ । ମୃତ କଏଦୀ ଜଣଙ୍କ ହେଲେ କଟକ ଜିଲ୍ଲା ଟାଙ୍ଗୀ ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗ୍ରାମର ବିଷ୍ଣୁ ପ୍ରସାଦ ସ୍ବାଇଁ । ବିଷ୍ଣୁ ପ୍ରସାଦ ଏକ ହତ୍ୟା ଘଟଣାରେ ସଜା କାଟୁଥିଲେ । ସେ ତାଙ୍କ ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଜେଲ୍ରୁ ୧୦ଦିନ ପାଇଁ ଘରକୁ ଯାଇ ପୁଣି ଜେଲକୁ ଫେରିଥିଲେ । ତେବେ ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ