ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ତାତି। ସାରା ଓଡ଼ିଶାବାସୀ ପ୍ରବଳ ଖରାରେ ଭାଜି ହେଉଛନ୍ତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ । ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ । ହିଟୱେଭ୍ ନେଇ ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାରି ଭିତରେ ଆଜି ୪୨ ଡିଗ୍ରୀ ଟପିଲା ତାପମାତ୍ରା । ଦିନ ୨ ଟା ୩୦ ମିନିଟ୍ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ସମ୍ବଲପୁରରେ ୪୨ ଡ଼ିଗ୍ରୀ ଛୁଇଁଛି ତାପମାତ୍ରା । ସେହିଭଳି ଝାରସୁଗୁଡାରେ ୪୦.୪ ଡ଼ିଗ୍ରୀ, ହୀରାକୁଦରେ ୪୦.୪ ଡ଼ିଗ୍ରୀ, ରାଉରକେଲାରେ ୩୮.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୮ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୮ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଦିନ ସାଢ଼େ ୧୧ଟା ସୁଦ୍ଧା ୩୮ ଟପିଥିଲା ତାପମାତ୍ରା । ସେହିଭଳି ସମ୍ବଲପୁରରେ ୩୮.୮ ଡ଼ିଗ୍ରୀ, ଝାରସୁଗୁଡାରେ ୩୮ ଡ଼ିଗ୍ରୀ ଏବଂ ହୀରାକୁଦରେ ୩୭.୪ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା ।