ୱାଶିଂଟନ: ହ୍ବାଇଟ୍ ହାଉସ୍ରେ ଟ୍ରମ୍ପ୍-ଜେଲନ୍ସ୍କି ବୈଠକ । ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଯଦି ସବୁ ଠିକ୍ ଚାଲେ ତାହେଲେ ତ୍ରିପାକ୍ଷିକ ବୈଠକ ହେବ ବୋଲି କହିଛନ୍ତି ଟ୍ରମ୍ପ୍ । ୟୁକ୍ରେନବାସୀ ଯୁଦ୍ଧ ପାଇଁ ଅନେକ ଦୁର୍ଦ୍ଦଶା ଭୋଗିଲେଣି । ରୁଷିଆ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି ଟ୍ରମ୍ପ । ତେବେ ଏହି ଘଟଣାକ୍ରମ ଯୁଦ୍ଧ ସମାପ୍ତି ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଟ୍ରମ୍ପ କହିଛନ୍ତି ଯେ, ୟୁକ୍ରେନବାସୀ ଯୁଦ୍ଧ ପାଇଁ ଅନେକ ଦୁର୍ଦ୍ଦଶା ଭୋଗିଲେଣି । ୩ ଦିନ ପୂର୍ବେ ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟ୍ରମ୍ପ ଆଲୋଚନା କରିଥିଲେ । ପୁଟିନ୍ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ଚାହୁଁଛନ୍ତି ବୋଲି ଜେଲେନସ୍କିଙ୍କୁ ଅବଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଯୁଦ୍ଧ ବନ୍ଦ ହେଲେ ୟୁକ୍ରେନକୁ କେବଳ ଆମେରିକା ନୁହେଁ, ଅନ୍ୟ ୟୁରୋପୀୟ ଦେଶଗୁଡିକ ମଧ୍ୟ ସୁରକ୍ଷା ଯୋଗାଇଦେବେ ।
ପ୍ରାୟ ୬ମାସ ପରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ହ୍ବାଇଟ ହାଉସ୍ରେ ଦ୍ବିତୀୟ ଥର କଥାବାର୍ତ୍ତା ହୋଇଛି। ଫେବୃଆରୀ ୨୮ରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଶାନ୍ତି କଥାବାର୍ତ୍ତା ତିକ୍ତତାରେ ଶେଷ ହୋଇଥିଲା। ଆଜିର କଥାବାର୍ତ୍ତାରେ ଯେପରି କୌଣସି ତିକ୍ତତା ସୃଷ୍ଟି ନହୁଏ ସେଥିପାଇଁ ହ୍ବାଇଟ ହାଉସରେ ଜର୍ମାନୀ ଚାନ୍ସେଲର ଫ୍ରିଡ୍ରିଚ୍ ମର୍ଜ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ନାଟୋ ମହାସଚିବ ମାର୍କ ରୁଟେ, ଫିନଲାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟୁବ୍, ଇରୋପୀୟ ୟୁନିୟନ କମିସନ ସଭାପତି ଉର୍ସୁଲା ଭୋନ ଡେର ଲେୟେନ ପ୍ରମୁଖ ଉପସ୍ଥିତ ଥିଲେ। ଜେଲେନସ୍କିଙ୍କ ସହିତ କଥାବାର୍ତ୍ତା ପରେ ଟ୍ରମ୍ପ ହ୍ବାଇଟ୍ ହାଉସରେ ଏହିସବୁ ନେତାଙ୍କୁ ଭେଟିଥିଲେ। ପରେ ସମସ୍ତେ ମିଳିତ ହୋଇ ଫଟୋ ଉଠାଇଥିଲେ। ଟ୍ରମ୍ପଙ୍କ ସହିତ କଥାବାର୍ତ୍ତା ପୂର୍ବରୁ ଜେଲେନସ୍କି ମଧ୍ୟ ଏହି ନେତାମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ସହିତ କଥାବାର୍ତ୍ତା କରିଥିଲେ।