କଟକ: କଟକ ସିଡିଏ ସେକ୍କ୍ର ୧୦ରେ ସ୍ୱେରେଜ କାମ ଚାଲିଥିବା ସମୟରେ ଗଟିଯାଇଛି ଏକ ବଡ ଅଘଟଣ । ଦୁଇଜଣ ଶ୍ରମି କଏଠାରେ କାମ କରୁଥିବା ସମୟରେ ଅଣ ନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିବା ଜଣାଯାଇଛି । ଏମାନଙ୍କ ସହ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି । ଶ୍ରମିକଭ୍କ ସହ ଏଭଳି ଏକ ଅଘଟଣ ପରେ ଏହୁ ଠିକା ସଂସ୍ଥାର ବେପରୁଆ ନୀତିର ପରିଣାମ ବୋଲି କୁହାଯାଇଛି । ଅରଜି ଏହି ସ୍ୱେରେଜ ଏମାନଙ୍କ ପାଇଁ ପାଲଟି ଯାଇଥିଲା ମରଣ ଯନ୍ତା । ଜଣକ ପରେ ଜଣେ ଏ ମରରଯନ୍ତାକ ଭିତରକୁ ଆପେ ଆପେ ଟାଣି ହୋଇ ଯାଇଥିଲେ । ପ୍ରଥମେ ଜଣେ ଶ୍ରମିକ କାମ କରିବା ପାଇଁ ଭିତରକୁ ଯାଇ ଫସି ଯାଇଥିଲେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଶ୍ରମିକ ମଧ୍ୟ ଅଟକି ଯାଇଥିଲେ ସ୍ୱେରେଜ ଭିତରେ । ତେବେ ଉଭୟ ଶ୍ରମିକ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ନ ବାହାରିବାରୁ ଆଉ ଜଣେ ସ୍ୱେରେଜ ଭିତରକୁ ଯାଇଥିଲେ ସେ ମଧ୍ୟ ବାହାରକୁ ନ ଆସିବାରୁ ଉପସ୍ଥିତ କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଅଗ୍ନିଶମ ବିଭାଗ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ । ତେବେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ ଜଣେ କଟକର ପିଶଙ୍କର ଏବଂଅନ୍ୟ ଜଣେ ହେଉଛନ୍ତି ବଡମ୍ବା ଅଞ୍ଚଳର ବିଷ୍ଣୁ ନାୟକ । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକଙ୍କ ନାମ ଟି.ଶିବା ବୋଲି ଜଣାଯାଇଛି ।