ବୋଦୁଅ ପଞ୍ଚାୟତରେ ଦ୍ୱିମୁଖୀ ଲଢ଼େଇ

ବରୀ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବରୀ ରାଜନୀତି ସେତିକି ହିଁ ଉଷ୍ମ ହେବା ରେ ଲାଗିଛି। ଆସନ୍ତା ୨୪ ତାରିଖ ଶେଷ ପର୍ୟ୍ୟାୟରେ ବରୀ ରେ ହେବ ମତଦାନ ମତଦାନ ସମୟ ପାଖେଇ ଆସୁଥିବା ରୁ ପାର୍ଥି ପାର୍ଥିନି ମାନେ ପ୍ରଚାର ପ୍ରସାର କୁ ଜୋରଦାର କରୁଛନ୍ତି । ଯାହାକୁ ନେଇ ଜି ଜାନ୍ ଲଗାଇ ଦେଇଛନ୍ତି ପାର୍ଥୀପାର୍ôଥନି । ନିଜ ଦଳ ସମର୍ଥିତ ପାର୍ଥି ମାନଙ୍କ ପାଇଁ ନେତା ମାନେ ମଧ୍ୟ ଗାଁ ଗାଁ ବୁଲି ପ୍ରଚାର କରୁଥିବା ବେଳେ ପ୍ରଚାରରେ ଆଗୁଆ ରହିଛି ବୋଦୁଅ ପଞ୍ଚାୟତ। ଯଦିଓ ବରିରେ ବିଜେଡି ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି ତେବେ ବିଜେଡି ରାଜ୍ୟ ସମ୍ପାଦକ ଯୁବ ନେତା ବିଶ୍ଵ ମଲ୍ଲିକ ତାଙ୍କ ସମର୍ଥିତ ପାର୍ôଥପାର୍ଥିନିଙ୍କ ପାଇଁ ଅଣ୍ଟା ଭିଡିଛନ୍ତି। ଦିନ ରାତି ଏକ କରି କେଉଁଠି ବାଇକ୍ ରାଲି ତ କେଉଁଠି ନିର୍ବାଚନ ସଭା ଆଉ କୋଉଠି ପଦଯାତ୍ରା କରି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ କହି ଭୋଟ ଭିକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବରୀ ବ୍ଲକ ଅନ୍ତର୍ଗତ ନଦୀ ନାଳ ଘେରା ପଞ୍ଚାୟତ ବୋଦୁଅ ପଞ୍ଚାୟତରେ ବିଶ୍ଵଙ୍କ ବିଶାଳ ବାଇକ୍ ଅଟୋ ରାଲି ଏହି ପଞ୍ଚାୟତ ରାଜନୀତି କୁ ଅଧିକ ସରଗରମ କରିଛି। ଏହି ପଞ୍ଚାୟତରୁ ଦେବୀ ପ୍ରସାଦ ମିଶ୍ର ମାଛ ଚିହ୍ନରେ ସରପଂଚ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ସୁବ୍ରତ କୁମାର ସାମଲ ସମିତି ସଭ୍ୟ ଭାବେ ନିର୍ବାଚିନ ଲଢ଼ୁଛନ୍ତି। ସେହିପରି ବରୀ ବିଧାୟିକାଙ୍କ ସମର୍ଥନରେ ସଂଗ୍ରାମ ଧଳ ସରପଂଚ ଇନ୍ଦ୍ରଜିତ ଧଳ ସମିତି ସଭ୍ୟ ଭାବେ ନିର୍ବାଚନ ଲଢ଼ୁଛନ୍ତି । ମାତ୍ର ଉଭୟଙ୍କ ମଧ୍ୟରେ ଜୋରଦାର ଲଢେଇ ହେଉଥିବା ଲୋକମାନେ କହୁଥିବା ବେଳେ ଆଜି ବିଶ୍ୱଙ୍କ ରାଲିରେ ଏହା ଫିକା ପଡିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଯଦିଓ ଗତ ନିର୍ବାଚନରେ ଏହି ପଞ୍ଚାୟତ ବିଶ୍ଵ ଙ୍କ ଖାତାକୁ ଯାଇଥିଲା ଚଳିତ ଥର ମଧ୍ୟ ଏହି ପଞ୍ଚାୟତ ବିଶ୍ଵଙ୍କ ଖାତାକୁ ଯିବ ବୋଲି ପଞ୍ଚାୟତବାସୀ କହୁଛନ୍ତି। ଏହି ନିର୍ବାଚନ ପରୀକ୍ଷାରେ କିଏ ବାଜି ମାରିବ ତାହା ନିର୍ବାଚନ ଫଳ ଆସିଲେ ଜଣା ପଡ଼ିବ । କାହା ମୁଣ୍ଡରେ ବୋଦୁଅ ପଞ୍ଚାୟତବାସୀ ସୁନା କଳସ ଢାଳିବେ ତାହାକୁ ଅପେକ୍ଷା।