ସମ୍ବଲପୁର: ପାଣିରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ । ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତରେ ବୁଡ଼ିଯିବାରୁ ଅଘଟଣ । ବୁର୍ଲା ମେଡିକାଲ୍ କଲେଜର ୬ ଛାତ୍ରଛାତ୍ରୀ ବୁଲି ଯାଇଥିବା ବେଳେ କୌଣସି କାରଣରୁ ଜଣେ ଛାତ୍ର ଓ ଛାତ୍ରୀ ଜଳ ପ୍ରପାତରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି । ଘଟଣାସ୍ଥଳ ଅଭିମୁଖେ ପହଞ୍ଚିଛନ୍ତି ବୁର୍ଲା ମେଡିକାଲ୍ ଅଧୀକ୍ଷକ ଓ ଡିନ୍ । ଅପରାହ୍ନ ପ୍ରାୟ ୨ଟା ସମୟରେ ଭୀମସାରର ୬ଜଣ ଛାତ୍ର ଛାତ୍ରୀ ଯୁଯୁମୁରା ଦେବଝରଣ ଜଳ ପ୍ରପାତକୁ ବୁଲିବାକୁ ଆସିଥିଲେ l ଗାଧେଇବା ସମୟରେ ଅସାବଧାନତା କାରଣରୁ ଜଳପ୍ରପାତରେ ବୁଡ଼ି ଯାଇଥିଲେ ଜଣେ ଛାତ୍ର ଓ ଜଣେ ଛାତ୍ରୀ । ତୁରନ୍ତ ସ୍ଥାନୀୟ ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ଉଭୟଙ୍କର ପତ୍ତା ମିଳିନଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିଛି ସମୟ ଖୋଜା ଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। l ମୃତ ଛାତ୍ର ଜଣକ ସନ୍ଦୀପ ପୁରୀ ଓ ଛାତ୍ରୀ ଜଣକ ମୋନିକା ମୀନା ବୋଲି ଜଣାପଡିଛି ।