କପି ଚେକିଂ ପାଇଁ ସ୍କ୍ୱାର୍ଡ ଆସିବା ପରେ ଦୁଇ ଗାଁ ଭିତରେ ପିଟା ପିଟି : ଜଣେ ଗୁରୁତର

0

ଘସିପୁରା : ଆଟ୍ରିକ ପରୀକ୍ଷା କେନ୍ଦ୍ର ବାହାରେ ତୁମୁଳକାଣ୍ଡ । କପି ଚେକିଂ ପାଇଁ ସ୍କ୍ୱାର୍ଡ ଆସିବା ପରେ ଦୁଇ ଗାଁ ଭିତରେ ପିଟା ପିଟି ହୋଇଥିବା କୁହାଯାଉଛି । ଘସିପୁରା ଥାନା ଦେଓଗାଁ ସ୍ଥିତ ପରୀକ୍ଷା କେନ୍ଦ୍ର ବାହାରେ ହାତାହାତି ହୋଇଛନ୍ତି । ତେବେ ବରିପାଳ ଓ ତରିମୁଳ ଗାଁ ଭିତରେ ଗଣ୍ଡଗୋଳ ହୋଇଛି । ଏହି ଗଣ୍ଡଗୋଳରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ତେବେ କୁହାଯାଉଛି ଯେ କପି ଚେକିଂ ପାଇଁ ସ୍କ୍ୱାର୍ଡ ଆସିବା ପରେ ଦୁଇ ଗାଁ ଭିତରେ ପିଟାପିଟି ହୋଇଥିଲା ।
ସେପଟେ ସମ୍ବଲପୁର ଜୋନରେ କପି କରୁଥିବାବେଳେ ୭ଜଣ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଛି । ସମ୍ବଲପୁର ଜୋନରେ ପ୍ରଥମ ଥର ପାଇଁ କପି କରୁଥିବା ୭ଜଣ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ଏଆଇ କ୍ୟାମେରା ପରୀକ୍ଷା କେନ୍ଦ୍ର ଉପରେ ନଜର ରଖିଛି । ଫଳରେ ୭ ଜଣ ଛାତ୍ରଛାତ୍ରୀ କପି କରୁଥିବା ସମ୍ପର୍କରେ ବୋର୍ଡକୁ ସୂଚନା ଦେଇଛି । ସୂଚନା ମିଳିବା ପରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯାଇଥିବା କୁହାଯାଉଛି ।