ଏସ୍‌ପି ଅଫିସ୍‌ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା, ୨ ପୋଲିସ ଏସ୍‌ଆଇ ନିଲମ୍ବିତ

ଢେଙ୍କାନାଳ: ଢେଙ୍କାନାଳ ଏସ୍‌ପି ଅଫିସ୍‌ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା । ୨ ଜଣ ପୋଲିସ ଏସ୍‌ଆଇଙ୍କୁ ନିଲମ୍ବିତ କଲେ ଢେଙ୍କାନାଳ ଏସ୍‌ପି । କାର୍ଯ୍ୟରେ ଅବହେଳା ନେଇ ୨ SIଙ୍କ ବିରୋଧରେ ନିଆଯାଇଛି ଆକ୍ସନ୍ । ଟାଉନ୍ ଥାନାର SI ଉତ୍କଳ ବିଜୟ ମହାନ୍ତି ଏବଂ ସଦର ଥାନାର SI ରୋଜାଲିନ୍ ମିଞ୍ଜ ନିଲମ୍ବିତ ହୋଇଛନ୍ତି । ତେବେ ଗତକାଲି ଢେଙ୍କାନାଳ ଏସ୍‌ପି ଅଫିସ ପରିସରରେ ଜଣେ ମହିଳା ଆତ୍ମାହୁତି ପାଇଁ ଉଦ୍ୟମ କରିବା ବେଳେ କୌଣସି ଅଘଟଣ ଘଟିବା ପୂର୍ବରୁ ପୋଲିସ ମହିଳାଙ୍କୁ କାବୁ କରିବା ସହ ପେଟ୍ରୋଲ ବୋତଲ ଏବଂ ଦିଆସିଲି ଜବତ କରିଥିଲା । ଏହାପରେ ଏସ୍‌ପିଙ୍କ ଉପସ୍ଥିତିରେ ମହିଳାଙ୍କୁ ପଚରାଉଚରା କରାଯାଇଥିଲା । ପଚରାଉଚରା ସମୟରେ ସଦର ଥାନା ପୋଲିସ ଓ ଟାଉନ ଥାନା ପୋଲିସ ମଧ୍ୟ ଉକ୍ତ ସ୍ଥାନରେ ଉପସ୍ଥିତି ଥିଲେ । ତେବେ ମହିଳାଙ୍କ ବାପଘର ଜଗତସିଂହପୁର ଓ ସେ ପ୍ରେମ ବିବାହ କରିଥିଲେ । ମାତ୍ର ବିବାହ ପରେ ତାଙ୍କ ସମ୍ପର୍କୀୟ ଦିଅର ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରି ଆସୁଥିଲେ ଉକ୍ତ ମହିଳା ଜଣଙ୍କ । ଏନେଇ ଉଭୟ ଟାଉନ ଥାନା ଏବଂ ସଦର ଥାନାରେ ଫେରାଦ ହୋଇଥିଲେ ମଧ୍ୟ କେହି ଅଭିଯୋଗ ନ ଶୁଣିବାରୁ ମହିଳା ଜଣକ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି ।