ଲୁଣା ନଦୀରେ ବୁଡି ୨ ଭାଇ ମୃତ

ଗୋପ(ଜୟନ୍ତ କୁମାର ସେଠୀ):  ଲୁଣା ନଦୀରେ ବୁଡି ଦୁଇ ନାବାଳକ ମୃତ । ଡେଲାଙ୍ଗ ଧାନକେରା ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଏହି ଘଟଣା ପରେ ନାଗଣା ଗ୍ରାମରେ ଦୁଃଖର ଶାୟା ଖେଳିଯାଇଛି । ଏହି ଦୁଇ ନାବାଳକ ଭାଇ ନାଗଣା ଗ୍ରାମର ସଦାଶିବ ପ୍ରଧାନଙ୍କ ପୂଅ । ମୃତକ ମଧ୍ୟରେ ଜଣେ ସାତ ବର୍ଷର ହୋଇଥିବା ବେଳେ ଜଣେ ୩ ବର୍ଷର ।
ସୂଚନାଯୋଗ୍ୟ , ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟ ହୋଇସାରିଛି ।