ନରେନ୍ଦ୍ର ପୁଷ୍କରୀଣୀରେ ଗାଧୋଇବା ବେଳେ ଦୁଇ ଭାଇଙ୍କ ମୃତ୍ୟୁ

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଗଲା ୨ ଜୀବନ। ଗାଧୋଇବା ବେଳେ ବୁଡି ଯାଇ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ମୃତକ ୨ ଜଣ ହେଉଛନନ୍ତି ଗଞ୍ଜାମ ଜିଲ୍ଲା କୁକୁଡାଫାଣ୍ଡି ଅଞ୍ଚଳର ରାଜକିରଣ ଶତପଥୀ (୨୩) ଓ ତାଙ୍କ ପିଉସୀ ପୁଅ ଭାଇ ନଳିନୀକାନ୍ତ ତ୍ରିପାଠୀ(୨୭) ଇଚ୍ଛାପୁରମ୍ ଅଞ୍ଚଳର । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲେ ।
ସୂଚନା ଅନୁଯାୟୀ, ଉଭୟ ପରିବାର ସହ ଶ୍ରାଦ୍ଧ ପାଇଁ ଆସିଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବା ସମୟରେ ଗୋଡ ଖସି ଯାଇଥିଲା । ସେହି ସମୟରେ ସେଠାରେ ସ୍ଥାନୀୟ ଲୋକେ ନଥିଲେ, ଫଳରେ ସେମାନେ ପାଣି ଭିତରକୁ ଚାଲି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଉଦ୍ଧାର କରି ସେମାନଙ୍କୁ ପୁରୀ ବଡ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।