(ଗୋପ/ ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ଗୋପ କୋଣାର୍କ ରାସ୍ତାର ପତେଳିଆ ଛକରେ ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହେବା ସହ ୨ଜଣ ଗୁରୁତର ହୋଇଛନ୍ତି । ସୂଚନାଥାଉ କି, ୨ବାଇକରେ ୪ଜଣ ଯୁବକ ଯାଉଥିବାବେଳେ ପତେଳିଆ ଛକ ନିକଟରେ ୨ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୨ଜଣଙ୍କ ୪ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଅଗ୍ନିଶମ ବିଭଗ ୧୦୮ ଆମ୍ବୁଲାନ୍ସରେ ଗୋପ ମେଡିକାଲକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ୪ଜଣ ଗୁରୁତରଙ୍କୁ ପୁରୀ ସଦର ହସ୍ପିଟାଲଙ୍କୁ ପଠା ଯାଇଥିଲା । ସେଠାରେ ଚିକିତ୍ସିତ ହେବାବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । ୨ ମୃତକ ହେଲେ ଦିଘାଳ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣ କୋଣାର୍କ ବାଲିଦୋକାନ ଅଂଚଳର । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ୨ବାଇକ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି ।